ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି

ସମ୍ବଲପୁର – ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ହିଂସାକାଣ୍ଡ ଯୋଗୁଁ ଉପୁଜିଥିବା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ଅବଧିକୁ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ହେଲେ ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପୁଣି ଅଶାନ୍ତି ସୃଷ୍ଟି ହେବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ
ଇଣ୍ଟରନେଟ୍ ସେବା ବନ୍ଦ ଅବଧି ବୃଦ୍ଧି କରାଯାଇଛି । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Comments are closed.