ବିଜେଡି ସୁପ୍ରିମୋଙ୍କଠାରୁ ଟିକେଟ ନେଲେ ଦୀପାଳି, ୧୮ ତାରିଖରେ ଦାଖଲ କରିବେ ପ୍ରାର୍ଥୀପତ୍ର

ଭୁବନେଶ୍ୱର – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ନବୀନ ନିବାସ ଆସି ଦଳୀୟ ଟିକେଟ ଗ୍ରହଣ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ଦୀପାଳି । ସେ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ବିତ କରିବେ ବୋଲି ଦୀପାଳି କହିଛନ୍ତି । ଉପନିର୍ବାଚନରେ ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି ଦୀପାଳି । ଝାରସୁଗୁଡ଼ାର ବିକାଶ ହୋଇନି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଭୁଲ୍ କହୁଛନ୍ତି । ଝାରସୁଗଡ଼ାରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି ।

ଆଜି ଦୀପାଳି ଭାଇ ବିଶାଲଙ୍କ ସହ ନବୀନ ନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ ।

Comments are closed.