ସିଏପିଏଫ କନେଷ୍ଟବଳ ପଦବୀ ପାଇଁ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ

ନୂଆଦିଲ୍ଲୀ – ସିଏପିଏଫ କନେଷ୍ଟବଳ ପଦବୀ ପାଇଁ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ହେବ ।

୧୩ ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଆ ବି ରହିଛି । ଅହମିୟା, ବଙ୍ଗଳା, ଗୁଜରାଟୀ, ମରାଠି, ମାଲୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଓଡ଼ିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ, କୋଙ୍କଣୀ ଭାଷାରେ ପରୀକ୍ଷା ହେବ ।

୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ନେଇ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।ଏହିସବୁ ପରୀକ୍ଷା ୨୦୨୪ ଜାନୁଆରୀ ପହିଲା ପରଠାରୁ ଆରମ୍ଭ ହେବ । ସିଏପିଏଫଳ ଜେନେରାଲ ଡ୍ୟୁଟି କନଷ୍ଟେବଲ ପରୀକ୍ଷା ଏଏସସି କରିଥାଏ ।

Comments are closed.