ଏଆରଏସଏସ କମ୍ପାନୀ ଗୋଦାମରେ ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ରେଲୱେ ଷ୍ଟେସନ ନିକଟରେ ଥିବା ଏଆରଏସଏସ କମ୍ପାନୀ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।

ପ୍ରକାଶ ଯେ , ଆଜି ସକାଳ ୧୨ଟା ସମୟରେ କେହି ଦୁର୍ବୃତ୍ତ ଉକ୍ତ ଗୋଦାମରେ ନିଆଁ ଲଗାଇ ଦେଇଥିବାରୁ ଏଆରଏସଏସ କମ୍ପାନୀ ସଇଁତଲା ରେଲୱେ ଷ୍ଟେସନ ପାଖରେ ରଖୁଥିବା ସାମଗ୍ରୀରେ ଜଳି ଯାଇଥିବା ଜଣାପଡ଼ିଛି । ଖବରପାଇ ସଇଁତଲା ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଁଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବାବେଳେ ବିଫଳ ହୋଇଥିଲା । ତେଣୁ ନିର୍ଦ୍ଦେଶ ପାଇ ପୁଣି ଦେଓଗାଁ ଅଗ୍ନିଶମ ବିଭାଗରୁ ଆଉ ଏକ ଗାଡ଼ି ଆସିବାରୁ ନିଆଁକୁ ଆୟତ କରିପାରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସଠିକ୍ ଭାବରେ ଜଣାପଡ଼ିନଥିବା ବେଳେ କେହି ଜଣେ ନିଆଁ ଲଗେଇ ଦେଇଥିବା ଅନୁମାନ କରାଯାଉଛି ।

Comments are closed.