ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବର ଓ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ‌ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ସବୁଆଡେ ମୁଣ୍ଡଫଟା ଖରା ଓ ଗରମ । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲେ । ଉଭୟ ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆଜି ଦିନ ୨ଟା ୩୦ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା –

ଭୁବନେଶ୍ୱର : ୪୧.୦ ଡିଗ୍ରୀ
ଝାରସୁଗୁଡା : ୪୧.୦
ସମ୍ବଲପୁର : ୪୦.୬
ଚାନ୍ଦବାଲି : ୪୦.୦
ହୀରାକୁଦ : ୩୯.୪
କେନ୍ଦୁଝର : ୩୭.୨
ବାଲେଶ୍ୱର : ୩୫.୮
ଗୋପାଳପୁର : ୩୪.୮
ପୁରୀ: ୩୩.୬
ପାରାଦୀପ: ୩୨.୦

Comments are closed.