ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର -ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ । ଝାରସୁଗୁଡ଼ା ଏନଏଚ୍‌ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସିଂହ ଜଣେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲେ ।

ଏକ ଠିକା କାମର ଶେଷ ବିଲ୍‌ ମଂଜୁର କରିବା ପାଇଁ ସଂଯୁକ୍ତା ସିଂହ ଠିକାଦାରଙ୍କୁ ୨୭ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଠିକାଦାର ଜଣକ ଏ ନେଇ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଏହାପରେ ଯନ୍ତ୍ରୀଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ଭିଜିଲାନ୍ସ । ଠିକାଦାରଙ୍କଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ। ଭିଜିଲାନ୍ସ ଟିମ୍‌ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Comments are closed.