ସମ୍ବଲପୁର ଶାନ୍ତ, ସିଡିଏସ ଏବଂ ଏଏସଓ ପରୀକ୍ଷା ପାଇଁ କର୍ଫ୍ୟୁ କୋହଳ

ସମ୍ବଲପୁର – ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସହରରେ ଶାନ୍ତି ବଜାୟ ରହିଛି । କର୍ଫ୍ୟୁ ଜାରି ହେଲା ପରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ଏଣେ କର୍ଫ୍ୟୁ ଭିତରେ ଆରମ୍ଭ ହୋଇଛି ସିଡିଏସ ଓ ଏଏସଓ ପରୀକ୍ଷା । ପରୀକ୍ଷାର୍ଥୀମାନଙ୍କ ପାଇଁ କର୍ଫ୍ୟୁ କୋହଳ କରାଯିବା ସହ ବସର ବ୍ୟବସ୍ଥା କରାଯାଇଛି ।

ରାଜ୍ୟ ତଥା ରାଜ୍ୟ ବାହାରୁ ପରୀକ୍ଷାର୍ଥୀ ସମ୍ବଲପୁର ଆସୁଥିବାବେଳେ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବା ଦେଖିବାକୁ ମିଳିଛି । ମୋଟ ୪ଟି ବସର ବ୍ୟବସ୍ଥା କରାଯାଇ ମୁଖ୍ୟ ଷ୍ଟେସନ ଓ ସିଟି ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ୩୦ରୁ ୧୦ଟା ୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିବେ । ଗତକାଲି ସମ୍ବଲପୁରକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି ସୁନୀଲ ବଂଶଲ । ବିଭିନ୍ନ ସ୍ଥାନକୁ ଯାଇ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ । ଖୁବଶୀଘ୍ର ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବ ବୋଲି ଡିଜିପି କହିଛନ୍ତି । ହିଂସା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି କଠୋର ହେବ ପୋଲିସ । ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଡିଜିପି । ଅନ୍ୟପଟେ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ ।

Comments are closed.