୪୩ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅପରିବର୍ତ୍ତିତ ରହିଛି। ଆଜି ୧୦ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି ।

୪୩ ଡିଗ୍ରୀ ସହ ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ବୌଦ୍ଧରେ ୪୨.୫, ସମ୍ବଲପୁରରେ ୪୨.୪, ତାଳଚେର ୪୨.୨, ସୁନ୍ଦରଗଡ଼, ଟିଟିଲାଗଡ଼, ମାଲକାନଗିରିରେ ୪୧.୫ , ବଲାଙ୍ଗିରରେ ୪୧.୨, ଅନୁଗୁଳରେ ୪୧.୧, ରାଉରକେଲାରେ ୪୧ ,କଟକ ଓ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Comments are closed.