ଆଜି ପଇତା ଲାଗି ନୀତି, ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ – ଆଜି ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥି। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଆଜି ଅନୁଷ୍ଠିତ ହେବ। ପଇତା ଲାଗି ଏକ ଗୁପ୍ତ ନୀତି । ଏହି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ପରେ ପଇତା ଲାଗି ନୀତି ଆରମ୍ଭ ହେବ । ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।

Comments are closed.