ଆଜି ପୁଣି ଖୋଲିଲା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗତ ୧୨ ତାରିଖରୁ ଛୁଟିଥିବା ରାଜ୍ୟର ସମସ୍ତ ସ୍କୁଲ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଆଜିଠାରୁ ପୁଣି ଖୋଲିଛି । ସ୍କୁଲ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ପାଠପଢ଼ା ଆରମ୍ଭ ହୋଇଛି । ସମୟ ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ ସହ ଆରମ୍ଭ ହୋଇଛି ପାଠପଢା । ଏଣିକି ସକାଳ ସାଢେ ୬ରୁ ଦିନ ୧୧ଟା ଯାଏଁ ହେବ ପାଠପଢା । ଜିଲ୍ଲାପାଳମାନେ ଚାହିଁଲେ ସ୍ଥଳ ବିଶେଷରେ ସେମାନଙ୍କ ଜିଲ୍ଲାର ସ୍କୁଲ ଗୁଡିକରେ ପାଠପଢା ନେଇ ନିଷ୍ପତ୍ତି ନେଇପାରିବେ । ସମ୍ବଲପୁର ଜିଲ୍ଲାରେ କିନ୍ତୁ ଆଜି ସବୁ ସ୍କୁଲ ବନ୍ଦ ରହିଛି । ଖରା ଯୋଗୁଁ ଜିଲ୍ଲାପାଳ ଆଜି ଓ କାଲି ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ ।

ଏଣେ ଆଜି ମଧ୍ୟ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି । ସକାଳ ୭ଟାରୁ ୧୦ଟା ପାଠପଢା ଚାଲିବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳମାନେ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବା ସହ ଆବଶ୍ୟକ ସ୍ଥଳେ ଛୁଟି ଘୋଷଣା କରିପାରିବେ।

Comments are closed.