ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜି ବି ରାଜ୍ୟର ଅଧିକାଂଶ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କିନ୍ତୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ଥିଲା ଏଠାରେ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଦିନ ସାଢେ ୧୧ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା :

ଝାରସୁଗୁଡା: ୪୦.୪ ଡିଗ୍ରୀ ସେଲସିୟସ
ସମ୍ବଲପୁର: ୩୯.୮
କେନ୍ଦୁଝର: ୩୯.୪
ଭୁବନେଶ୍ୱର: ୩୮.୬
ବାଲେଶ୍ୱର: ୩୮.୪
ହୀରାକୁଦ: ୩୮.୪
ଚାନ୍ଦବାଲି: ୩୭.୬
ଗୋପାଳପୁର: ୩୬
ପୁରୀ: ୩୪
ପାରାଦୀପ: ୩୨.୨

Comments are closed.