ଫାଇନାନ୍ସ କମ୍ପାନୀର ଋଣ ଟଙ୍କା ଆତ୍ମସାତ, ପୂର୍ବତନ ବ୍ରାଞ୍ଚ ମେନେଜର ଗିରଫ

ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ସଦର ମହକୁମାରେ ଥିବା ଏକ ଫାଇନାନ୍ସ କମ୍ପାନୀରେ ପ୍ରାୟ ୩୪ ଜଣ ଗ୍ରାହକ ଠକେଇର ଶିକାର ହୋଇଛନ୍ତି। ଏହି ଫାଇନାନ୍ସ କମ୍ପାନୀର ପୂର୍ବତନ ବ୍ରାଞ୍ଚ ମେନେଜର ବିଭୁରଞ୍ଜନ ଦେହୁରୀ ପ୍ରାୟ ସାଢ଼େ ୧୨ ଲକ୍ଷ ଟଙ୍କା ଗ୍ରାହକଙ୍କ ଋଣ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସଦର ଟାଉନ ଥାନା ପୋଲିସ ଗିରଫ କରିଛି। ଏହି କମ୍ପାନୀର ଏରିଆ ମେନେଜର ବିପିନ କୁମାର ସାହୁ ଏହି ଠକେଇ ସମ୍ପର୍କରେ ଗତ ମାର୍ଚ୍ଚ ୩ ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିପିନଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତରୁ ପୂର୍ବତନ ବ୍ରାଞ୍ଚ ମେନେଜର ବିଭୂ ରଞ୍ଜନ ଋଣି ଗ୍ରାହକଙ୍କ ଟଙ୍କା ବାଟମାରଣା କରିଥିବା ପ୍ରମାଣ ପାଇଥିଲା। ତେବେ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରି ଜିଲ୍ଲାର ଅଇଁଲାଛାଟ ଅଂଚଳରୁ ବିଭୁରଞ୍ଜନକୁ ଗିରଫ କରିବାରେ ସଫଳ ହୋଇଛି।ଆଜି ସଦର ପୋଲିସ ଅଭିଯୁକ୍ତ ବିଭୁ ରଂଜନଙ୍କୁ କୋର୍ଟ ଚାଲାଣ କରିଛି ।

Comments are closed.