ସ୍ୱାସ୍ଥ୍ୟ କ୍ଷେତ୍ରରେ ଧର୍ମଘଟ, ଆନ୍ଦୋଳନ ରୋକିବା ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର – ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର କର୍ମଚାରୀମାନଙ୍କ ଲମ୍ବା ଛୁଟି କିମ୍ବା ଧର୍ମଘଟ ଆନ୍ଦୋଳନ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଅତ୍ୟାବଶ୍ୟକ ସେବା ( ରକ୍ଷଣାବେକ୍ଷଣ) ଅଧିନିୟମ- ଏସମା ଲାଗୁ କରିଛନ୍ତି । ବିଧିବଦ୍ଧ ଭାବେ ଏନେଇ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବାବେଳେ ଏହା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ । ସମସ୍ତ ସରକାରୀ ହସ୍ପିଟାଲର ନର୍ସ, ଫାର୍ମାସିଷ୍ଟଙ୍କ ଠାରୁ ଆରମ୍ଭ କରି ପାରା ମେଡିକ୍ସ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ।ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ ହୋଇଛି । ସବୁ ସରକାରୀ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଲାଗୁହୋଇଛି ଅତ୍ୟାବଶ୍ୟକ ସେବା ଆଇନ୍ ବା ଏସମା । ଛଅ ମାସ ପାଇଁ ବଳବତ୍ତର ରହିବ ଏସମା । ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ । ଗୃହବିଭାଗ ଲାଗୁ କରିଛି ଏସମା ।

Comments are closed.