ଆଜି ବି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର, ଆହୁରି ତିନି ଦିନ କଲବଲ କରିବ ତାତି

ଭୁବନେଶ୍ୱର – ଆଜି ସାଢେ ୨ଟା ସୁଦ୍ଧା ତିନିଟି ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି।୪୨ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁର ଓ ଭୁବନେଶ୍ଵରରେ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ସେଲସିୟସ ଥିଲା ।

ବିଭିନ୍ନ ସହରରେ ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା

ଝାରସୁଗୁଡା: ୪୨.୬ ଡ଼ିଗ୍ରୀ
ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ
ସମ୍ବଲପୁର: ୪୨.୨ ଡ଼ିଗ୍ରୀ
କେନ୍ଦୁଝର:୪୧.୦ ଡ଼ିଗ୍ରୀ
ହୀରାକୁଦ: ୪୧.୦ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୮ଡ଼ିଗ୍ରୀ
ବାଲେଶ୍ୱର: ୩୫.୮ ଡ଼ିଗ୍ରୀ
ପୁରୀ: ୩୪.୫ ଡ଼ିଗ୍ରୀ
ଗୋପାଳପୁର:୩୩.୬ ଡ଼ିଗ୍ରୀ
ପାରାଦୀପ:୩୨.୮ ଡ଼ିଗ୍ରୀ

ଏଣେ ରାଜ୍ୟରେ ଆହୁରି ତିନି ଦିନ ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି ହୋଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରରେ ପ୍ରଚଣ୍ଡ ତାତି ରହିବ। ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ। ଆସନ୍ତା ୩ ଦିନ ଏଭଳି ତାପମାତ୍ରା ଅଧିକ ରହିବ। ୨୧ ଓ ୨୨ ତାରିଖରେ କାଳବୈଶାଖୀ ବର୍ଷା ବଢିବ ।

Comments are closed.