ତାତିରେ ସିଝୁଛି ସାରା ଓଡ଼ିଶା, ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସବୁଠୁ ଅଧିକ ତାପମାତ୍ରା

ଭୁବନେଶ୍ୱର -ଆଜି ମଧ୍ୟ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିନାହିଁ। ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୦ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ତାପମାତ୍ରା ଥିଲା ୩୯ ଡିଗ୍ରୀ ସେଲସିୟସ ।

ଅନ୍ୟ ସହର ମଧ୍ୟରେ କେନ୍ଦୁଝରରେ ୩୯.୨, ସମ୍ବଲପୁରରେ ୩୯, ବାଲେଶ୍ୱର ଓ ହୀରାକୁଦରେ ୩୭.୮ ,ଚାନ୍ଦବାଲିରେ ୩୭.୪, ପୁରୀରେ ୩୪, ଗୋପାଳପୁରରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

Comments are closed.