ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ମେଡିକାଲ ଅଧିକାରୀ ଓ ସିଏଚସି ସୁରକ୍ଷାକର୍ମୀ

ଯାଜପୁର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତରଖାନା ଅଧିକାରୀ। ଯାଜପୁରର ଦାନଗଦି ସିଏଚ୍‌ସିରେ କାର୍ଯ୍ୟରତ ଡକ୍ଟର ପବିତ୍ର କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ସହ ଉକ୍ତ ସିଏଚସିର ସୁରକ୍ଷାକର୍ମୀ ଅଭିରାମ କାଣ୍ଡି ମଧ୍ୟ ଧରାପଡ଼ିଛନ୍ତି। ସୁଳଳ ଗତ ୩୧ ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ବାପାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ମେଡିକାଲ ଅଧିକାରୀ ଓ ସୁରକ୍ଷାକର୍ମୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମୃତକଙ୍କ ପୁଅଙ୍କ ଏହି ଅଭିଯୋଗ ପରେ ଭିଜିଲାନ୍ସ କର୍ମଚାରୀମାନେ ଲାଞ୍ଚ ଗ୍ରହଣ କରୁଥିବା ସିଏଚସି ସୁରକ୍ଷାକର୍ମୀ କାଣ୍ଡି ଓ ମେଡିକାଲ ଅଧିକାରୀଙ୍କୁ ଗିରଫ କରିଥିଲେ । ଲାଞ୍ଚ ଟଙ୍କା ଜବତ କରିବା ସହ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

Comments are closed.