ସମ୍ବଲପୁର ଜିଲ୍ଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ, କାମ କରିବ ବ୍ରଡବ୍ୟାଣ୍ଡ , ଲିଜ ଲାଇନ

ସମ୍ବଲପୁର – ସମ୍ବଲପୁର ଜିଲ୍ଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ। ତେବେ ଆଜି ଜିଲ୍ଲାରେ ବ୍ରଡ୍‌ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ।

ଏଣେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଗତକାଲି ପ୍ରଥମ ଥର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୧ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆହୁରି ଅଧିକ ସମୟ କର୍ଫ୍ୟୁ କୋହଳ କରାଯିବ ବୋଲି ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି।

Comments are closed.