ଗୋପୀନାଥ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା ତଥା ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତିଙ୍କ ଜୟନ୍ତୀ । ଏହି ମହାନ ସାରସ୍ଵତ ସାଧକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ ରଚିତ ‘ମାଟି ମଟାଳ’, ‘ପରଜା’, ‘ଅମୃତର ସନ୍ତାନ’, ‘ଛାଇଆଲୁଅ’ ପରି କାଳଜୟୀ କୃତିଗୁଡ଼ିକ ଗୋପୀନାଥ ମହାନ୍ତିଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.