ଓଡ଼ିଶାରେ ଲୁଚିଥିଲା ୟୁପି ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ !

ଭୁବନେଶ୍ୱର – ଉତ୍ତର ପ୍ରଦେଶର ବ୍ୟବସାୟୀ ଉମେଶ ପାଲ ହତ୍ୟାରେ ସଂପୃକ୍ତ ଥିବା ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଶେଷ ଲୋକେସନ୍ ଓଡ଼ିଶା ଥିଲା ବୋଲି ଜଣାପଡିଛି । ପୁରୀରେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ଲୁଚିଥିଲା ବୋଲି ଜଣାପଡିଛି । ଏହି ମାମଲାରେ ହତ୍ୟାକାରୀ ଅସଦ୍ ଓ ଗୁଲାମର ଏନକାଉଣ୍ଟର ହେବା ସମୟରେ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିଲା ଗୁଡ୍ଡୁ । ୟୁପି ଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ତାର ଶେଷ ଲୋକେସନ୍ ଓଡ଼ିଶା ଥିଲା ବୋଲି ଜଣାପଡ଼ିଲା ପରେ ପୁରୀରେ ଏସଟିଏଫ୍ ଟିମ୍ ପହଞ୍ଚିଥିଲା । ତେବେ ସେତେବେଳକୁ ପୁରୀରୁ ସେ ଫେରାର ହୋଇଯାଇଥିଲା । ଗୁନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଗୁଡ୍ଡୁ ସହ ଯୋଗାଯୋଗରେ ଥିବା ପୁରୁଣା ଅପରାଧୀ ଓ ବାହୁବଳୀଙ୍କ ନେଟଓ୍ବର୍କ ଖୋଜୁଛି ଏସଟିଏଫ୍ ।

Comments are closed.