ଆଜି ବି ପ୍ରବଳ ତାତି : ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର, ଦ୍ବିତୀୟରେ ଭୁବନେଶ୍ୱର 

ଭୁବନେଶ୍ୱର -ଆଜି ବି ପ୍ରଚଣ୍ଡ ରୌଦ୍ରତାପରେ ପ୍ରଭାବିତ ହୋଇଛି ଓଡିଶା। ରାଜ୍ୟର ୨୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠାରୁ ଅଧିକ ରହିଛି। ଆଜି ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଠାରେ ୪୩.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି। ତାଳଚେର, କେନ୍ଦ୍ରାପଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଥିବା ବେଳେ ଝାରସୁଗୁଡ଼ାରେ ୪୨.୨, ମାଲକାନଗିରିରେ ୪୨.୬, ଅନୁଗୁଳରେ ୪୨.୧,ନୂଆପଡ଼ା,ବଲାଙ୍ଗିର ଓ କଟକରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

Comments are closed.