ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ 

ଭୁବନେଶ୍ୱର – ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ତାଙ୍କ ନାମ ହେଉଛି ଦେବାଶିଷ ବିଶ୍ୱାଳ। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ ବୋଲି ସୂଚନା ମିଳିଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷ ସହିଦ ହୋଇଥିବା ନେଇ ତାଙ୍କ ପରିବାରକୁ ଭାରତୀୟ ସେନା ମୁଖ୍ୟାଳୟ ପକ୍ଷରୁ ଫୋନ ଯୋଗେ ଜଣାଇ ଦିଆଯାଇଥିଲା । ଆସନ୍ତା ଅକ୍ଷୟ ତୃତୀୟାକୁ ଦେବାଶିଷଙ୍କ ବିବାହକୁ ଦୁଇ ବର୍ଷ ପୁରିଥାଆନ୍ତା ।

Comments are closed.