କୋଭିଡ ସଂକ୍ରମଣ: ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡିକରେ ଅଧିକ ମାମଲା

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୧ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଛତିଶଗଡ଼ ସୀମାକୁ ଲାଗିଥିବା ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ାରେ ମାମଲା ବଢୁଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଥିବା ସେ ସୂଚନା ଦେଇଛନ୍ତି। ପିକ୍ ପରେ ସଂକ୍ରମଣ ଏବେ ପ୍ଲାଟୋ ଷ୍ଟେଜକୁ ଆସିଲାଣି । କେବେ କମିବ ତାହା ଏବେଠାରୁ କହିହେବ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comments are closed.