ବଜ୍ରପାତରେ ଜଣେ ମୃତ, ୪ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲାରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଭେଡ଼େନ ଥାନା ଥୁଆପାଲି ନିକଟସ୍ଥ ନାଗପାଲି ଗାଁର ଝିଟ ଥପା। ଆହତମାନେ ହେଲେ ଝିଲିମିଣ୍ଡାର ଗଙ୍ଗାଧର ଭୋଇ, ଗୋବିନ୍ଦ ପ୍ରଧାନ, କାଦୋବାହାଲର ସନ୍ତୋଷ ମହାରଣା ଏବଂ ଲିଙ୍ଗ ଚାଲାନ।

ମିଳିଥିବା ସୂଚନା ମୁତାବକ, ଝିଟଙ୍କ ସହ ଅନ୍ୟମାନେ ଅତାବିରା ବ୍ଲକ କାଦୋବାହାଲରୁ ସୋର୍ଣ୍ଣା ଯାଉଥିଲେ। ହେଲେ ହଠାତ୍‌ ବାଟରେ ଝଡ଼ବର୍ଷା ହେବାରୁ ଝାଉଁନଦୀ ବ୍ରିଜ ନିକଟ ଏକ ବରଗଛ ତଳେ ସେମାନେ ଆଶ୍ରୟ ନେଇଥିଲେ। ସେତିକିବେଳେ ବଜ୍ରପାତ ହେବାରୁ ଦୀପକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କୁ କାଦୋବାହାଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ସୂଚନା ମିଳିଛି।

Comments are closed.