ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଠା ହେଲା ନୂଆ ସୁରକ୍ଷା ଶିବିର

ମାଲକାନଗିରି – ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଛି । ନୂଆ ସିଓବି ପ୍ରତିଷ୍ଠା ଦ୍ୱାରା ତୁଲସୀ ଗାଁ ଓ ନିକଟସ୍ଥ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଆଗେଇବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ହୋଇପାରିବ । ଏହା ଦ୍ବାରା ସୁରକ୍ଷା ବାହିନୀର ମାଓ ଦମନ ଅଭିଯାନ ଆହୁରି ପ୍ରଭାବଶାଳୀ ହୋଇପାରିବ ।

Comments are closed.