ସମ୍ବଲପୁରରେ ପ୍ରଶାସନର ସଦ୍ଭାବନା କାର୍ଯ୍ୟକ୍ରମ: ଶାନ୍ତିର ବିକଳ୍ପ ନାହିଁ- ଜିଲ୍ଲାପାଳ

ସମ୍ବଲପୁର: ଶାନ୍ତିର ବିକଳ୍ପ ନାହିଁ, ଶାନ୍ତି ହିଁ ଶାନ୍ତିର ବିକଳ୍ପ। ସଦ୍ଭାବନା ଓ ସୌହାର୍ଦ୍ଦ୍ୟ ଦ୍ବାରା ହିଁ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ଆଜି ସମ୍ବଲପୁରରେ ଶାନ୍ତି ଫେରାଇବାକୁ ଆୟୋଜିତ ସଦ୍ଭାବନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି। ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବା ପରେ ବର୍ତ୍ତମାନ ସ୍ଥାୟୀ ସୌହାର୍ଦ୍ଦ୍ୟ ବାତାବରଣ ଫେରାଇବାକୁ ଜିଲ୍ଲା ପ୍ରଶାସନ ମାରାଥନ ବୈଠକ ଚଲାଇଛି।

ଆଜି ଭିଏସ୍ଏସ୍ ଷ୍ଟାଡିୟମରେ ଅଦୃଶ୍ଯ ନାଟ୍ଯ ଆଶ୍ରମ ପକ୍ଷରୁ ସଦ୍ଭାବନା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଏବଂ ଏସପି ବି ଗଂଗାଧର, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରମୁଖ ଯୋଗଦେଇ ଶାନ୍ତି ଓ ଭାଇଚାରାର ସହର ସମ୍ବଲପୁରରେ ସ୍ଥାୟୀ ସଦ୍ଭାବନା ପ୍ରତିଷ୍ଠା ପାଇଁ ଆହ୍ବାନ ଦେଇଥିଲେ। ପଥପ୍ରାନ୍ତ ନାଟକ ମାଧ୍ୟମରେ ନାଟ୍ୟକାର ଓ ନିର୍ଦ୍ଦେଶକ ଅତିଶ ଶତପଥୀଙ୍କ ନେତୃତ୍ବରେ କଳାକାର ମାନେ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥିଲେ। ସେହିପରି ଗୋଲବଜାରରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନକୁ ନେଇ ଶାନ୍ତି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ମଧ୍ଯ ଜିଲ୍ଲାପାଳ, ଏସପିଙ୍କ ସମେତ ହନୁମାନ ଜୟନ୍ତୀ ସମନ୍ବୟ ସମିତିର ଅଧ୍ୟକ୍ଷ ଡାକ୍ତର ରାଜକୁମାର ବଡପଣ୍ଡା, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ଏବଂ ବିଜେଡି ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ ପ୍ରମୁଖ ଯୋଗଦେଇ ଶାନ୍ତି ବାର୍ତ୍ତା ଦେଇଥିଲେ।

Comments are closed.