ସିଆରପିଏଫ ଅଧିକାରୀଙ୍କ ଆତ୍ମହତ୍ୟା!

ରାୟଗଡ଼ା – ଅର୍ଦ୍ଧ ସାମରିକ ବାହିନୀ ଅଫିସରଙ୍କ ଆତ୍ମହତ୍ୟା । ରାୟଗଡ଼ାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ – ସିଆରପିଏଫ ଚତୁର୍ଥ ବାଟାଲିୟନର ଜଣେ ଅଫିସର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୁନୀଲଙ୍କ ଘର ବିହାରରେ ବୋଲି ଜଣାପଡିଛି। ସେ ରାୟଗଡ଼ା ଇନ୍ଦ୍ରାନଗର ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଗତ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ । ଏ ନେଇ ଖୋଳତାଡ଼ ଜାରି ରହିଛି। ଘଟଣାସ୍ଥଳରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ପହଞ୍ଚିଛନ୍ତି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଘଟଣା ସଂପର୍କରେ ସିଆରପିଏଫ୍ କିମ୍ବା ପୋଲିସ ପକ୍ଷରୁ ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

Comments are closed.