ଗଜପତି ଜିଲ୍ଲାପାଳଙ୍କ ମାନବିକତା, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ମାନବିକତା ଯୋଗୁଁ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ସମେତ ୩ ଜଣଙ୍କ ଜୀବନ ରକ୍ଷା ହୋଇପାରିଛି। ମୋହନା ଥାନା କେନ୍ଦୁଘାଟିରେ କୋରାପୁଟରୁ କଟକ ଯାଉଥିବା ଏକ କାର୍ ସହ ବ୍ରହ୍ମପୁରରୁ ନବରଙ୍ଗପୁର ଯାଉଥିବା ଅନ୍ୟ ଏକ କାର୍ ଧକ୍କା ଘଟିଥିଲା। ଫଳରେ ଉଭୟ କାରରେ ଥିବା ୩ ଜଣ ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ବାସନ୍ତୀ ସେଠୀଙ୍କ ଅବସ୍ଥା ଗୁରୁତର ଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏହି ରାସ୍ତାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ମୋହନା ବିଡିଓ ତପସ୍ଵିନୀ ହାଁସଦା ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ଯାଉଥିବା ବେଳେ ଏହା ଦେଖିଥିଲେ। ଜିଲ୍ଲାପାଳ ନିଜ ଗାଡ଼ିରୁ ଓହ୍ଲାଇ ଆହତମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାକୁ ପଠାଇ ଥିଲେ l ଫଳରେ ସେମାନେ ତୁରନ୍ତ ଚିକିତ୍ସିତ ହୋଇପାରିଥିଲେ। ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି। ତେବେ ବାସନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

Comments are closed.