ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ

ବରଗଡ଼: ବରଗଡ଼ ଓକିଲ ସଂଘ ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ବାଭିମାନ ଦିବସ ପାଳିତ ହୋଇଥିଲା। ସଂଘର ସେମିନାର ହଲ୍ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଚାରପତି ଲୁନା ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ଃ ପ୍ରୟାସ ଦଣ୍ଡସେନା ଯୋଗ ଦେଇ ଦିବସର ମହାନୀୟତା ସଂପର୍କରେ ଆଲୋଚନା କରିଥିଲେ। ସଂଘର ସଭାପତି ଭୀଷ୍ମଦେବ ସରାଫ ସଭା ପରିଚାଳନା କରିଥିଲେ ।ଉପସଭାପତି ସୁଶିଲ ଶତପଥୀ ଏବଂ ସମ୍ପାଦକ ଉତ୍ତର ସାହୁ ମଞ୍ଚାସୀନ ଥିଲେ। ଏହି ଅବସରରେ ୩୫ବର୍ଷରୁ ଅଧିକ ଓକିଲାତି ଜୀବନ ଅତିବାହିତ କରିଥିବା ୧୧ ଜଣ ବରିଷ୍ଠ ସଭ୍ୟଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

Comments are closed.