ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ତେଲେନପାଳି ଗ୍ରାମ ପଂଚାୟତ ଅଧିନସ୍ଥ ପମ୍ପ ହାଉସ ପଡ଼ାର ବାସିଲ ଡ଼ୁମଡ଼ୁମ (୫୫)ଙ୍କର ମାଛ ଧରି ବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ ବାସିଲ ଓପିଜିସି ପୋଖରୀକୁ ନିତ୍ୟ ମାଛ ଧରିବାକୁ ଯାଇଥାନ୍ତି, ଓ ପରିବାର ପ୍ରତି ପୋଷଣ କରିଥାନ୍ତି। ଆଜି ସକାଳ ନଅ ଟା ସମୟରେ ବାସିଲ ସେହି ଓପିଜିସି ପୋଖରୀକୁ ମାଛ ଧରିବାକୁ ଏକ ମୋଟର ଟ୍ୟୁବ ସହାୟତାରେ ପାଣିକୁ ପଶି ଜାଲ ଖେଳି ଥିଲେ।

ଜାଲ ଖେଳି ସାରି ସେହି ଟ୍ୟୁବ ସହାୟତାରେ ଫେରୁଥିବା ସମୟରେ ପୋଖରୀର ମଝିରେ ଟିଉବ ଟି ଓଲଟି ଯାଇଥିଲା। ସେହି ସମୟରେ ବାସିଲ ଡ଼ୁମ ଡ଼ୁମ ପାଣିରେ ପଡ଼ି ନିଜର ନିୟନ୍ତ୍ରଣ ହରାଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ପହଞ୍ଚି, ବନହରପାଳି ପୋଲିସକୁ ଖବର ଦେଇଥିଲେ |ପୋଲିସ ଘଟଣା ସ୍ଥଳକୁ ପହଞ୍ଚି, ଓପିଜିସି ଅଗ୍ନିସମ ବିଭାଗଙ୍କ ସହାୟତାରେ ଶବକୁ ଉଦ୍ଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡାକୁ ପଠାଇଛି। ମୃତ ବାସିଲଙ୍କ ପରିବାରଙ୍କୁ ସରକାରୀ ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Comments are closed.