ରକ୍ତଦାନ କରି ଭାଇଚାରା ବାଣ୍ଟିଲେ ବିଜେଡି ନେତ୍ରୀ

ସମ୍ବଲପୁର: ଚଳିତ ଗ୍ରୀଷ୍ମ ଋତୁରେ ସବୁ ରକ୍ତ ଭଣ୍ଡାରରେ ରକ୍ତର ବ୍ୟାପକ ଅଭାବ ପରିଲକ୍ଷିତ ହେଉଛି । ହୀରାକୁଦର ଜଣେ ମୁସଲିମ ମହିଳା ବୃକକ ରୋଗର ଶିକାର ହୋଇ ବିରଳ AB+ve ବର୍ଗର ରକ୍ତର‌ ଜରୁରୀକାଳୀନ ଆବଶ୍ୟକତା ହୋଇଥିଲା । ତାଙ୍କର ହିମୋଗ୍ଳୋବିନର ମାତ୍ରା ୪ ମି.ଗ୍ରା. ହୋଇଯାଇଥିଲା ।

ଏନେଇ ଜଣେ ବ୍ୟକ୍ତି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କୁ ଯୋଗାଯୋଗ କରିବା ସହ ରକ୍ତର ଜରୁରୀକାଳୀନ ଆବଶ୍ୟକତା ବିଷୟରେ ଜଣାଇଥିଲେ । ଶ୍ରୀ ମହାପାତ୍ର ଏ ନେଇ ତୁରନ୍ତ ବିଜେଡ଼ି ନେତ୍ରୀ ଲିଲିମା ମଲ୍ଲିକଙ୍କୁ ଜଣାଇବାରୁ ସେ ତୁରନ୍ତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରରେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ସମୟରେ ସମ୍ବଲପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଶ୍ରମିକ ନେତ୍ରୀ ସସ୍ମିତା ଦୀପ, ଧନକଉଡ଼ା ବ୍ଲକ ମହିଳା ସଭାପତି ସୀତୁ ରଥ, ବୃନ୍ଦା କଟା, ଗୋଶାଳାର ଯୁବ ନେତା ଦେବାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏବେର ଘଡିସନ୍ଧି ମୁହୂର୍ତ୍ତରେ ଜଣେ ରକ୍ଷଣଶୀଳ ହିନ୍ଦୁ ପରିବାରର ଝିଅ ଜଣେ ମୁସଲିମ ମହିଳାଙ୍କ ପାଇଁ ରକ୍ତଦାନ କରି ଭାଇଚାରାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ତଥା ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Comments are closed.