ଗଞ୍ଜେଇ ଜବତ, ୨ ବାଇକ ସମେତ ୨ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଉଡ଼ମିଲକା ବନ ଦୁର୍ଗା ମନ୍ଦିର ନିକଟରୁ ୧୬ କେଜି ୧୦୦ ଗ୍ରାମ ଗଞ୍ଜାଇ ଓ ଦୁଇ ବାଇକ ସହ ୨ ଜଣଙ୍କୁ ଗିରଫ କରିଛି ବାଉଁଶୁଣୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବହିରା ଗ୍ରାମପଞ୍ଚାୟତ ତାଳପଡ଼ା ଗ୍ରାମର ରାଜିବ ଉର୍ମା , ରାଜ କୁମାର ଉର୍ମା । ଶଗଡା ଅଞ୍ଚଳରୁ ତାଳପଡ଼ାର ଦୁଇ ଯୁବକ ଦୁଇ ବାଇକ ଯୋଗେ ଗଞ୍ଜେଇ ଆଣୁଥିବା ବାଉଁଶୁଣୀ ପୋଲିସକୁ ଖବର ମିଳିଥିଲା ବାଉଁଶୁଣୀ ଥାନା ଅଧିକାରୀ ଅରୁଣ କୁମାର ସିଂ ଏକ ଟିମ୍ ଗଠନ କରି ଉଡବିଲକା ନିକଟରେ ତାଙ୍କୁ ଚଢ଼ାଉ କରିଥିଲେ । ତାଙ୍କ ଠାରୁ ଗଞ୍ଜେଇ ଭଉଁ ଦୁଇଟି ବସ୍ତା ଓ ଦୁଇଟି ବାଇକକୁ ଜବତ କରି ଥାନାକୁ ଆଣିଥିଲେ । ପୋଲିସ ଶୁକ୍ରବାର ଦିନ ମାଜିଷ୍ଟ୍ରେଟ ଭାବରେ ବୌଦ୍ଧ ଭଗବାନ ମାଝିଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ପରେ ଏହାର ପରିମାଣ ୧୪ କେଜି ୧୦୦ ଗ୍ରାମ ହୋଇଥିଲା । ଅଭିଯୁକ୍ତକୁ ଶନିବାର ଦିନ କୋର୍ଟ ଚାଲାଣ କରାଗଲା ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି । ଏନେଇ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡିଛି ।

Comments are closed.