ବିଜେଡିରେ ଯୋଗ ଦେଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି

ଭୁବନେଶ୍ୱର – ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରରେ ଶଙ୍ଖ ଭବନରେ ସେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ମଙ୍ଗଳ ।

ସେ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ ସଦସ୍ୟ ଥିଲେ । ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ଥିଲେ । ୨୫ ବର୍ଷ ବିଜେପି ସହ ସଂପୃକ୍ତ ଥିଲେ ମଙ୍ଗଳ ସାହୁ । ବିଜେପି ସଂଗଠନ ମଜବୁତ କରିବାକୁ ଦିନରାତି ପରିଶ୍ରମ କରିଥିବା ନେତାଙ୍କୁ ଅଣଦେଖା କରାଯାଉଛି ମଙ୍ଗଳ ଅଭିଯୋଗ କରିଛନ୍ତି। ବିଜେଡିକୁ ମଜବୁତ କରିବାକୁ କାମ କରିବେ ବୋଲି ମଙ୍ଗଳ କହିଛନ୍ତି । ତାଙ୍କର ପଦବୀ ଆଶା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଛନ୍ତି ବୋଲି ମଙ୍ଗଳ କହିଛନ୍ତି ।

ବିଜେଡିରେ ସାମିଲ ହେବା ପରେ ଦଳ ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମଙ୍ଗଳ ସାହୁ ।

Comments are closed.