ସ୍କୁଲ ରୂପାନ୍ତରଣ : ୫ ଜିଲ୍ଲାର ୪୪୯ଟି ହାଇସ୍କୁଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ୫-ଟି ସ୍କୁଲ ରୂପାନ୍ତରଣରେ ଆଜି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ବର ଜିଲ୍ଲାର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୬, ସୁନ୍ଦରଗଡ଼ ଜିଲ୍ଲାର ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯିବ ।

ଫାଇଭ-ଟି ଉପକ୍ରମରେ ଏହି ସ୍କୁଲ ଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ହିଁ ଉନ୍ନତ ଶିକ୍ଷାର ସୁବିଧା ପାଇପାରିବେ, ସେହି ଧାରଣା ଦୂର କରିପାରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।

Comments are closed.