ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା, ମେ’୬ରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର – ଆଜି ବି ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ବେଳେ ପବନର ବେଗ ଘଣ୍ଟା ପ୍ରତି ୩୦ କିମି ରହିବା ସମ୍ଭାବନା ରହିଛି। କାଳବୈଶାଖୀ ଜନିତ ଝଡ଼ବର୍ଷା ସହ କିଛି ସ୍ଥାନରେ କୁଆପଥର ପଡିବା ମଧ୍ୟ ହେବାର ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲାରେ ମେ ୬ ତାରିଖ ଯାଏଁ କାଳବେଶାଖୀ ଜନିତ ବର୍ଷା ଓ କୁଆପଥର ବର୍ଷା ଜାରି ରହିବ।

ସେପଟେ ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଆଗାମୀ ୪୮ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନି। ସେପଟେ ଆମେରିକାନ ଜିଏଫଏସ ମଡେଲରେ ମେ’୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି।

Comments are closed.