ଭଣ୍ଡ ତାନ୍ତ୍ରିକ କୈଫକୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ, ଆଜିଠୁ ଜେରା

କଟକ – ଭଣ୍ଡ ତାନ୍ତ୍ରିକ କୈଫ ଖାନକୁ ଆଜିଠୁ ୪ ଦିନିଆ ରିମାଣ୍ଡରେ ନେଇ ତା’ର କଳା କାରନାମା ସଂପର୍କରେ ଜେରା କରିବ କଟକ ପୋଲିସ। ସେ କେବେଠାରୁ ଲୋକଙ୍କୁ ଠକି ଆସୁଥିଲା ଓ କେଉଁଠି ଠକିଥିବା କୋଟି କୋଟି ଟଙ୍କା ଲଗାଇଛି ଏମିତି ଅନେକ ପ୍ରଶ୍ନ ପଚାରି ସତ ଉଗାରିବାକୁ ଚେଷ୍ଟା କରିବ ପୋଲିସ। ରିମାଣ୍ଡ ସମୟରେ ପୋଲିସ କୈଫର ବାସଭବନ, ଠକିଥିବା ଲୋକଙ୍କ ଘରକୁ ନେଇ ତଦନ୍ତ କରିବାର ସମ୍ଭାବନା ରହିଛି। ଏହାସହ ତାକୁ ସହଯୋଗ କରୁଥିବା ମଧ୍ୟସ୍ଥଙ୍କ ସଂପର୍କରେ ଅଧିକ ମଧ୍ୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ପୋଲିସ। କୈଫକୁ ରିମାଣ୍ଡରେ ନେବାକୁ ଗତକାଲି କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁମତି ଦେଇଥିଲେ । କଟକ ମଙ୍ଗଳାବାଗ ପୋଲିସ କୈଫର ୫ ଦିନ ରିମାଣ୍ଡ ଆବେଦନ କରିଥିଲା ।

Comments are closed.