ଓଡ଼ିଶା ପାଇଁ ବର୍ତ୍ତମାନ ବାତ୍ୟା ସତର୍କ ସୂଚନା ନାହିଁ : ଆଇଏମଡି ଡିଜି

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶା ପାଇଁ ସତର୍କ ସୂଚନା ନାହିଁ । ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ, ତାହା ଆକଳନ ହୋଇନାହିଁ। ଆସନ୍ତା ୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ହିଁ ଏନେଇ ସ୍ପଷ୍ଟତା ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଉପକୂଳ ପାଇଁ ବର୍ଷା ଓ ପବନର ସତର୍କ ସୂଚନା ଜାରି କରାଯାଇନାହିଁ। ଓଡ଼ିଶାର ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି ।

Comments are closed.