ଠକେଇ ମାମଲାରେ କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ

ବ୍ରହ୍ମପୁର – ଠକେଇ ମାମଲାରେ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ଆଜି କୋର୍ଟରେ ହାଜର ହୋଇଛନ୍ତି।

ଟାଟା ମୋଟର୍ସରେ ଚାକିରି ଠକେଇ ମାମଲାରେ ହାଜର ହୋଇଛନ୍ତି ପାଠକ ବାପା – ପୁଅ । ୪ଟି ମାମଲା ପାଇଁ ଜେଏମଏଫସି କୋର୍ଟ ଓ ଗୋଟିଏ ମାମଲା ରୁରାଲ ଜେଏମଏଫସିଙ୍କ କୋର୍ଟରେ ବିଚାରାଧୀନ ଅଛି ।

ଏହି ସମସ୍ତ ମାମଲା ଠକେଇ ଅଭିଯୋଗରେ ରହିଛି । ଗୋଳନ୍ଥରା ଥାନାରେ ୪ଟି ଅଭିଯୋଗ ହୋଇଥିବା ବେଳେ ଆଉ ଗୋଟିଏ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଜର ହେବା ସମ୍ଭାବନା ରହିଛି।

Comments are closed.