ଡାହାଣୀ ପ୍ରଥା ନିରୋଧ ଆଇନ ସଚେତନତା: ଗୁଣିଆ ନୁହେଁ ଡାକ୍ତର ପାଖକୁ ଯାଆନ୍ତୁ

ସମ୍ବଲପୁର: କୌଣସି ବି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ଦିଅନ୍ତୁ। କୌଣସି ଅନ୍ଧବିଶ୍ୱାସ ର ବସବର୍ତ୍ତୀ ହୁଅନ୍ତୁ ନାହିଁ। ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରନ୍ତୁ। କୌଣସି ଡାହାଣୀ, ଗୁଣିଗାରିଡି, ଚେଙ୍କ ଦେବା ଇତ୍ୟାଦି ଅନ୍ଧବିଶ୍ୱାସ ଠୁ ଉର୍ଦ୍ଧରେ ରହି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଡାହାଣୀ ପ୍ରଥା ନିରୋଧ ଆଇନ ସଚେତନ କର୍ମଶାଳାରେ ଅତିଥି ଆମେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦୁନିଆ ବିଜ୍ଞାନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଉର୍ଦ୍ଧଙ୍କୁ ଗଲାଣି କିନ୍ତୁ ଗାଁ ମାନଙ୍କରେ ଆଜି ବି ଲୋକେ ସେ ଅନ୍ଧ ବିଶ୍ୱାସ କୁ ହିଁ ମାନି କି ଚଳୁଛନ୍ତି। ସେଥିପାଇଁ ଲୋକଙ୍କୁ ସଚେତନ କରି ଅନ୍ଧ ବିଶ୍ୱାସ ପରମ୍ପରାକୁ ଦୂରୀକରଣ କରିବାକୁ ପଡିବ। ସ୍ୱାସ୍ଥ୍ୟ କୁ ନେଇ ଅନେକ ଲୋକ ଗୁଣିଗାରେଡକୁ ବିଶ୍ୱାସ କରୁଥିବା କୁହାଯାଏ। ଡାହାଣୀ ପ୍ରଥା ନିରୋଧ ଆଇନ ରେ ରହିଥିବା ଦଣ୍ଡ ବିଧାନ ସମ୍ପର୍କରେ ଅତିଥି ମାନେ ବୁଝେଇଥିଲେ। ଏହାଛଡ଼ା ପୋଲିସ ଉପରେ ଲୋକଙ୍କ ବିଶ୍ୱାସ ରହିଛି ତେଣୁ ଆମ ପୋଲିସ ସମିତି ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଗଲେ ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିବା ବୋଲି ମତ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ଡିଏସପି ପ୍ରଭାତ ଦାନ, ଦୁଷ୍ମନ୍ତ ବେହେରା (ଓକିଲ ), ଡ଼. ପ୍ରମୋଦ କୁମାର ବିଶ୍ୱାସ, ଏଡିପିଏଚ୍ଓ (ଲେପ୍ରସି), ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର, ପିଓ ସବିତା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲ,ଡିପିଏମ ଓଏଲଏମ ଡ଼ ପୁଷ୍ପଶ୍ରୀ ନାୟକ, ସଖୀ ଓ ସ୍ୱାଦ୍ଧା ର ଆଡମିନିଷ୍ଟ୍ରଟର, ବିଭିନ୍ନ ବ୍ଲକ ର ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି ୱାକର ଉପସ୍ଥିତ ଥିଲେ।

Comments are closed.