ଭୁବନେଶ୍ୱରରେ କନସେନଟ୍ରିକ୍ସ ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଭୁବନେଶ୍ୱରରେ ଖୋଲିବ ଆଉ ଏକ ଅଗ୍ରଣୀ କମ୍ପାନୀର ଅଫିସ । ଆଇବିଏମ ଓ ଡିଲୋଏଟ ପରେ ଏବେ କନସେନଟ୍ରିକ୍ସ କମ୍ପାନୀର ପାଳି । କନସେନଟ୍ରିକ୍ସର କଷ୍ଟକର ଏକ୍ସପିରିଏନ୍ସ ସେଣ୍ଟରକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେଣ୍ଟର ଦ୍ୱାରା ଓଡ଼ିଶାରେ ୨ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୂର୍ବରୁ ଭୁବନେଶ୍ୱରରେ ଆଇବିଏମ, ହ୍ୟାପିଏଷ୍ଟ ମାଇଣ୍ଡ, ଇଙ୍କଚର ଟେକ୍ , ଇନୋଭେର ଟେକ୍, ବ୍ରନଟେକ୍, ଡିଲୋଏଟ ଭଳି ଅଗ୍ରଣୀ କମ୍ପାନୀ ନିଜ ନିଜର କାର୍ଯ୍ୟାଳୟ ଖୋଲିସାରିଛନ୍ତି ।

Comments are closed.