ଶିକ୍ଷାଲାଭ ଅନନ୍ତ, କେବେ ବି ସରେନାହିଁ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ବାରିପଦା – ଶିକ୍ଷା ଲାଭର କେବେ ବି ଅନ୍ତ ନାହିଁ। ଶିକ୍ଷା ଲାଭ କରିବା କେବେ ବି ସରେ ନାହିଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ରାଷ୍ଟ୍ରପତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମଧ୍ୟ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି ଯେ, ସେ ମୟୂରଭଞ୍ଜ ମାଟିର ଝିଅ। ଏହା ତାଙ୍କର ପ୍ରଥମ ପରିଚୟ। ସମସ୍ତେ ଦେଶର ବିକାଶ କଥା ଚିନ୍ତା କରିବା ଉଚିତ। ନାରୀ ବିକାଶ ଦେଶର ଏକ ମୁଖ୍ୟ ଉପାଦାନ ବୋଲି ରାଷ୍ଟ୍ରପତି କହିଛନ୍ତି।

Comments are closed.