ପଛୁଆ ବର୍ଗ ସର୍ଭେକୁ କୁଳତା ସମାଜର ସ୍ୱାଗତ, ସମେସ୍ତ ସାମିଲ ପାଇଁ କଲେ ଅପିଲ

ସମ୍ବଲପୁର : ରାଜ୍ୟରେ ଆରମ୍ଭ ହୋଇଛି ପଛୁଆ ବର୍ଗଙ୍କ ସର୍ଭେ I ମେ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ I ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ମେ ୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ସର୍ଭେ କରାଯିବ ।ଏହାପରେ ମେ ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଡ୍ରାଇଭ୍ କରାଯିବ I ତେବେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ଜରିଆରେ ହେଉଥିବାଏହି ପଛୁଆ ବର୍ଗ ସର୍ଭେକୁ ସମ୍ବଲପୁର କୁଲତା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି I ଆଜି ଏନେଇ ଏକ ବୈଠକ ସ୍ଥାନୀୟ ରାମଚଣ୍ଡୀ ସେବା ସଦନ ଠାରେ ସମାଜର ସଭାନେତ୍ରୀ ଯଶୋବନ୍ତି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା I ବରିଷ୍ଠ ସଦସ୍ୟ ଜଟା ଭୂଷଣ ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବୈଠକରେ ପଛୁଆ ବର୍ଗ ଙ୍କ ଏହି ସର୍ଭେକୁ ସ୍ୱାଗତ କରାଯାଇ ସମାଜର ସମସ୍ତେ ଏହି ସର୍ଭେରେ ସାମିଲ ହେବାକୁ ଅପିଲ କରାଯାଇଥିଲା I ଏହା ସହିତ ଚଳିତ ଗ୍ରୀଷ୍ମ ପ୍ରବାହ, କେତେକ ଅଞ୍ଚଳରେ ଚାଷୀ ରବି ଫସଲ ଅମଳରେ ବ୍ୟସ୍ତକୁ ଦୃଷ୍ଟିରେ ରଖି ସରକାର ଏହି ସର୍ଭେ ସମୟ ସୀମାକୁ ଅନୁନ୍ୟ ୧୫ ଦିନ ବୃଦ୍ଧି କରିବାକୁ ଦାବି ହୋଇଥିଲା I ଆଜିକାର ଏହି ବୈଠକରେ ସାଧାରଣ ସମ୍ପାଦକ ଦେବତ୍ତମ ପ୍ରଧାନ, କାର୍ଯ୍ୟକାରୀ ସଭାପତି କୃପାସିନ୍ଧୁ ଖମାରୀ, ଅଭିରାମ ଖମାରୀ, ଚୂଳଧର ପ୍ରଧାନ,ଦେବୀ ପ୍ରସାଦ ଭୋଇ, ଦୟାନିଧି ବିଶ୍ୱାଳ, ଦେବଦତ୍ତ ସାହୁ, କ୍ଷୀରୋଦ ପ୍ରଧାନ,ଅକ୍ଷୟ ପ୍ରଧାନ, ସୂର୍ଯ୍ୟ ପ୍ରଧାନ, ରଂଜିତ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ଦେବ ବାରିକ, ସରୋଜ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ମତାମତ ଉପସ୍ଥାପନ କରିଥିଲେ I ପରିଶେଷରେ ଲଷ୍ମଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I

Comments are closed.