ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ , ଚାଳକ ଫେରାର

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁର ସଂଯୋଗ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା l ଦୁର୍ଘଟଣା ପରେ ଗାଡିରୁ ଚାଳକ ଫେରାର ହୋଇଥିବା ବେଳେ ଗାଡ଼ିରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା l

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଲସାଗୋରା ପଟରୁ( ଓଡ଼ି ୧୫ ଡବ୍ଲୁ ୩୮୭୮)ନମ୍ବର ବିଶିଷ୍ଟ ଗାଡ଼ିଟି ଦୃତ ଗତିରେ ଯାଉଥିବା ବେଳେ ନିର୍ମାଣାଧୀନ ପୋଲ ନିକଟ ସଂଯୋଗ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଦୁର୍ଘଟଣା ପରେ ଚାଳକ କାଚ ଭାଙ୍ଗି ବାହାରକୁ ଆସି ଦୁଇଟି ମୋଟର ସାଇକେଲ ରେ କିଛି ବସ୍ତାରେ ଧରି ବୈଦ୍ୟନାଥ ପଟକୁ ଯାଉଥିବା କହିଛନ୍ତି l ପରେ ଗାଡ଼ି ଭିତରୁ ଗଞ୍ଜେଇର ବାସ୍ନା ଆସୁଥିବା ବେଳେ ଆହତ ଲୋକଙ୍କୁ ଚିକିତ୍ସା ପରିବର୍ତ୍ତେ କିଛି ବସ୍ତା ଧରି ଘଟଣା ସ୍ଥଳରୁ ଚାଲିଯିବା ଯୋଗୁଁ ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି l ଖବରପାଇ ମନମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l

Comments are closed.