ପୁଣି ଫେରିଲା ତାତି, ଦିନ ୨ଟା ୩୦ ସୁଦ୍ଧା ୪୧ ଦଶମିକ ୨ ଡିଗ୍ରୀ ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର – ବେଶ୍ କିଛି ଦିନ ପରେ ତାତି ଫେରିଛି । ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ସେଲସିୟସ ବଢ଼ିଛି । ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା । ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଥିଲା ୩୭ ଦଶମିକ ୪ ଡିଗ୍ରୀ ସେଲସିୟସ । ଦିନ ୨ଟା ୩୦ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା ନିମ୍ନରେ ଦିଆଗଲା।

ସମ୍ବଲପୁର: ୪୧.୨ ଡ଼ିଗ୍ରୀ
ଝାରସୁଗୁଡା: ୪୦.୬ ଡ଼ିଗ୍ରୀ
ହୀରାକୁଦ: ୩୯.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୭.୪ ଡ଼ିଗ୍ରୀ
କେନ୍ଦୁଝର: ୩୬ ଡ଼ିଗ୍ରୀ
ବାଲେଶ୍ୱର: ୩୪.୬ ଡ଼ିଗ୍ରୀ
ପୁରୀ : ୩୪.୪ ଡ଼ିଗ୍ରୀ
ଗୋପାଳପୁର: ୩୩.୮ ଡ଼ିଗ୍ରୀ
ପାରାଦୀପ: ୩୩.୪ ଡ଼ିଗ୍ରୀ

Comments are closed.