ବାଇକକୁ ପଛରୁ ପିଟିଲା ଟ୍ରକ୍, ସାନ ଝିଅର ମୃତ୍ୟୁ, ବାପା ଓ ବଡ଼ ଝିଅ ଗୁରୁତର

ବଲାଙ୍ଗୀର – ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ବାଇକରେ ଯାଉଥିବା ବାପା ଓ ୨ ଝିଅଙ୍କୁ ଏକ ବସ୍ ଧକ୍କା ଦେବା ଫଳରେ ସାନ ଝିଅର ମୃତ୍ୟୁ ହୋଇଛି । ବାପା ଓ ବଡ଼ ଝିଅ ଗୁରୁତର ହୋଇଛନ୍ତି।

ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ଦୁଇ ଝିଅଙ୍କ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ଆସୁଥିଲେ। ହଠାତ ଦ୍ରୁତ ଗତିରେ ଆସୁଥିବା ଘରୋଇ ବସ ବାଇକକୁ ପଛପଟୁ ଧକ୍କା ଦେବା ସହ ବାଇକୁ ଘୋଷାଡ଼ି ନେଇଥିଲା । ଏଥିରେ ଘଟଣାସ୍ଥଳରେ ୧୪ ବର୍ଷୀୟା ସାନ ଝିଅର ମୃତ୍ୟୁ ହୋଇଛି। ବଡ଼ ଝିଅ ଓ ବାପା ବଲାଙ୍ଗୀର ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଗଇଁତଲା ଛକଠାରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।

Comments are closed.