ନବୀନ ନିବାସରେ ନୀତୀଶଙ୍କୁ ଭେଟିଲେ ନବୀନ, ପୁରୀରେ ବିହାର ଭବନ ପାଇଁ ମୁକ୍ତରେ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର – ଭୁବନେଶ୍ୱରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଛନ୍ତି । ତେବେ, ସେମାନଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପୁରୀରେ ବିହାର ଭବନ ପାଇଁ ଜମି ଯୋଗାଇ ଦେବେ ରାଜ୍ୟ ସରକାର । ବିନା ମୂଲ୍ୟରେ ତାହା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ନୀତୀଶଙ୍କ ସହ ସାକ୍ଷାତକୁ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେ ଖୁସି ବୋଲି ନବୀନ କହିଛନ୍ତି। ବିହାର ଓ ଏହାର ଲୋକଙ୍କ ସହ ଓଡ଼ିଶାର ଏକ ସ୍ୱତନ୍ତ୍ର ସଂପର୍କ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ ଜରିଆରେ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ସମୀକରଣ ନେଇ ଦେଶର ରାଜନୀତି ସରଗରମ ହୋଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

Comments are closed.