ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତରଭା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ହେଡ୍ କ୍ଳର୍କ

ସୋନପୁର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ହେଡ୍ କ୍ଲର୍କ ଶିବ ପ୍ରସାଦ ଗୁରୁ। ହେଡ୍ କ୍ଲର୍କଙ୍କ ସହ ହେମକାନ୍ତ ବିଶି ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଶିଙ୍କ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ ହେଡ୍ କ୍ଲର୍କ । ଜମି ପଞ୍ଜିକରଣ ଓ ବିକ୍ରି ସଂପର୍କିତ କାମ ପାଇଁ ଅଭିଯୋଗକାରୀଙ୍କଠାରୁ ହେଡ୍ କ୍ଳର୍କ ଶିବ ପ୍ରସାଦ ଗୁରୁ ୨୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଫେରାଦ ହେବା ପରେ ଗୁରୁ ଓ ବିଶିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ କରାଯାଇଛି । ହେଡ୍ କ୍ଲର୍କ ଗୁରୁ ଓ ବିଶିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ। ଗୁରୁଙ୍କ ଦୁଇଟି ଠିକଣାରେ ଚଢ଼ାଉ ବି କରାଯାଇଛି ।

Comments are closed.