ଲାଞ୍ଚ ନେଇ ଧରାପଡିଲେ ଜେଇ ଓ ଜିଆରଏସ

ବ୍ରହ୍ମପୁର – ଲାଞ୍ଚ ନେଉଥିବା ବେଳେ ଜୁନିଅର ଇଞ୍ଜିନିୟର ଓ ଜିଆରଏସ ଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଜୁନିଅର ଇଞ୍ଜିନିୟର ଜଗଦୀଶ କୁମାର ସାହୁ ମନରେଗା ଯୋଜନା ଅଧୀନରେ ହୋଇଥିବା କାର୍ଯ୍ୟର ପଡିରହିଥିବା ବିଲ୍ ପାସ୍ କରାଇଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ଠିକାଦାର ଜଣକ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ । ଜଗଦୀଶ ସାହୁ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରି ଜିଆରଏସ ସୂର୍ଯ୍ୟ ନାରାୟଣ ସ୍ବାଇଁଙ୍କୁ ଗଣିବା ପାଇଁ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଉଭୟଙ୍କୁ ମାଡ଼ି ବସିଥିଲା । ଲାଞ୍ଚ ଟଙ୍କା ଜବତ କରି ଉଭୟ ଜେଇ ଓ ଜିଆରଏସଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ।

Comments are closed.