ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି : ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଜି ବି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି । ପ୍ରବଳ ଗରମ ଓ ଗୁଳୁଗୁଳିର ବ୍ୟତିବ୍ୟସ୍ତ ହୋଇଛନ୍ତି ବିଭିନ୍ନ ଜିଲ୍ଲାର ଲୋକେ । ଆଜି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠାରୁ ଅଧିକ ରହିଛି। ବୌଦ୍ଧ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୪୨ ଦଶମିକ ୪, ବଲାଙ୍ଗିରରେ ୪୧. ୭, ତାଳଚେରରେ ୪୧.୬, ସମ୍ବଲପୁର ଓ ରାଉରକେଲାରେ ୪୧.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ଆଜିର ତାପମାତ୍ରା ଥିଲା ୩୮ ଦଶମିକ ୭ । କଟକରେ ୪୦, ଛତ୍ରପୁରରେ ୩୬ ଓ ଗୋପାଳପୁରରେ ୩୪ .୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ରାଜ୍ୟରେ ଆହୁରି ୪-୫ ଦିନ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

Comments are closed.