ନୟାଗଡ଼ ଜିଲ୍ଲାରେ ବଜ୍ରପାତରେ ୩ ମୃତ

ନୟାଗଡ଼ – ନୟାଗଡ଼ ଜିଲ୍ଲାରେ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ହୋଇ ତିନିଜଣଙ୍କର ମୃତ୍ୟୁ ହୋଇଛି ।

ବଜ୍ରପାତରେ ଜାକେଡ଼ା ଗାଁର ୩୫ ବର୍ଷିୟା ପଦ୍ମା ପ୍ରଧାନ, ମହୁଲିଆର ୨୧ ବର୍ଷିୟ ଜିତେନ୍ଦ୍ର ଦୋରା, ଭାଲିଆଡିହିର ୭୦ ବର୍ଷିୟ ଧନେଶ୍ବର ପରିଡ଼ାଙ୍କର ମୃତ୍ୟୁ ଘଟିଛି।

Comments are closed.