ପୁଣି ପାୱାର କେନାଲରେ ଅଘଟଣ, ପାଣିରେ ଭାସି ଯୁବତୀ ନିଖୋଜ

ସମ୍ବଲପୁର: ମାତ୍ର ଅଢେଇ ମାସର ବ୍ୟବଧାନ ପରେ ପୁଣି ପାୱାର କେନାଲରେ ଅଘଟଣ। ପାୱାର କେନାଲର ସାଇଫନରେ ଭାସି ଝାରସୁଗୁଡ଼ା ଅଞ୍ଚଳର ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ସେପଟେ ତାଙ୍କ ସହ ଯାଇଥିବା ପୁରୁଷ ବନ୍ଧୁଙ୍କୁ ପୁଲିସ ଅଟକ ରଖିଛି।

ଆଜି ସନ୍ଧ୍ୟାରେ ସମ୍ବଲପୁର ସହରର ଜଣେ ପିଜି ଛାତ୍ର ଝାରସୁଗୁଡ଼ା ଅଞ୍ଚଳର ଜଣେ ଯୁବତୀ ସହିତ ବୁର୍ଲା ପାୱାର କେନାଲ ଆଡକୁ ବୁଲିବାକୁ ଯାଇଥିଲେ। ଉଭୟେ ସାଇଫନ ଉପରେ ବସି ବୋହୁଥିବା ପାଣିରେ ଗୋଡକୁ ଝୁଲାଇ ଗପସପ ସହ ସେଲଫି ନେଉଥିଲେ। ଏତିକି ବେଳେ ହଠାତ ସାଇଫନର ଗେଟ ଖୋଲି ପାଣିର ପ୍ରଖର ବଢିବାକୁ ଲାଗିଥିବା ବେଳେ ଯୁବତୀଙ୍କ ଗୋଡ ଖସିଯାଇଥିଲା। ଫଳରେ ସେ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଅଗ୍ନିଶମ ଓ ପୁଲିସ ମିଳିତ ଭାବେ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିପାରିନାହିଁ। ସେପଟେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ଯ ବନ୍ଦ କରିବାକୁ ପଡିଛି।

Comments are closed.